April 25, 2024

Satya News

odia news channel

ଲୋକେ ହିଂସା ଭିଆଇଲେ ପୋଲିସ ଗୁଳି ଚଳାଇବ

ଲୋକେ ହିଂସା ଭିଆଇଲେ ପୋଲିସ ଗୁଳି ଚଳାଇବ

ସିଏଏ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ,୨ ।୧: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଗୁରୁବାର ଏହାକୁ ସମର୍ଥନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଶାହ କହିଛନ୍ତି, ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ଦିନକ ପାଇଁ ପୋଲିସ ପୋଷାକ ପିନ୍ଧି ଛିଡ଼ା ହୋଇଯାଆନ୍ତୁ । ଏହା କେହି ପଚାରୁ ନାହାନ୍ତି ଯେ ବସଗୁଡ଼ିକୁ କାହିଁକି ପୋଡ଼ି ଦିଆଗଲା? ଗାଡ଼ିଗୁଡ଼ିକରେ ନିଆଁ କାହିଁକି ଲଗାଗଲା? ଲୋକଙ୍କୁ ଓହ୍ଲାଇ ଓହ୍ଲାଇ ବସଗୁଡ଼ିକରେ ନିଆଁ ଲଗାଯାଇଥିଲା । ଲୋକେ ଯେତେବେଳେ ହିଂସା ଭିଆଇବେ ପୋଲିସ ତ ଗୁଳି ଚଳାଇବ ହିଁ ଚଳାଇବ । ପୋଲିସକୁ ତା’ ନିଜ ଜୀବନ ବି ବଞ୍ଚାଇବାକୁ ପଡ଼ିବ । ବସରେ ନିଆଁ ନଲଗାଇଥିଲେ ଲାଠି ମାଡ଼ ପଡ଼ି ନଥାନ୍ତା । ଅନେକ ରାଜ୍ୟରେ ଘଟିଥିବା ହିଂସାକାଣ୍ଡରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ସମ୍ପୃକ୍ତି ଅଭିଯୋଗ ଆସୁଛି । ଏହାକୁ ନେଇ ଶାହ କହିଛନ୍ତି, ଏହା କୌଣସି ରାଜନେତା କହୁନାହାନ୍ତି, ଏହା ପୋଲିସ ରିପୋର୍ଟ ଅଟେ । ପିଏଫ୍ଆଇ ଉପରେ କଟକଣା ଜାରି ସମ୍ପର୍କରେ ସେ କହିଲେ, ଦେଶର ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ କାହା ଉପରେ ନିଷେଧାଦେଶ ଜାରି କରିବା ପୂର୍ବରୁ ସେ ଏହା ଉପରେ ମନ୍ତବ୍ୟ ଦେବେ ନାହିଁ ।

Spread the love