April 20, 2024

Satya News

odia news channel

‘ମିଷ୍ଟର ଇଣ୍ଡିଆ-୨’ରେ ରଣବୀରଙ୍କ ସହ ନଜର ଆସିବେ ଶାହରୁଖ

ନିର୍ଦ୍ଦେଶକ ଅଲୀ ଅବାସ୍ ଜଫର ଖୁବ ଶ୍ରୀଘ୍ର ୧୯୮୭ର କ୍ଲାସିକ୍ ମୁଭି ମିଷ୍ଟର ଇଣ୍ଡିଆର ରିମେକ ନେଇ ଆସୁଛନ୍ତି । ଏଥିରେ ରଣବୀର ସିଂଙ୍କ ସହ ସ୍କ୍ରିନ ଶେୟାର କରିବେ କିଙ୍ଗ ଖାନ ବର୍ଷେ ହେଲା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ କୌଣସି ଫିଲ୍ମ ଆସିନାହିଁ । ସେ ତାଙ୍କ ପିଲାଙ୍କ ସହ ସମୟ ଅତିବାହିତ କରୁଛନ୍ତି । ଶାହରୁଖଙ୍କୁ ଶେଷ ଥର ପାଇଁ ୨୦୧୮ରେ ‘ଜିରୋ’ରେ ଦେଖିବାକୁ ମିଳିଥିଲା । କିଙ୍ଗ ଖାନ ଶାହରୁଖଙ୍କ ଫ୍ୟାନମାନଙ୍କ ପାଇଁ ପ୍ରତୀକ୍ଷାର ଅବସାନ ଘଟିବାକୁ ଯାଉଛି । କାରଣ ସେ ‘ମିଷ୍ଟର ଇଣ୍ଡିଆ-୨’ରେ ଆସୁଛନ୍ତି । ଖୁବ ଶୀଘ୍ର ସେ ରଣବୀର କପୁରଙ୍କ ସହ ‘ମିଷ୍ଟର ଇଣ୍ଡିଆ-୨’ରେ ଅଭିନୟ କରିବେ । ରଣବୀର ଏଥିରେ ଅନିଲ କପୁରଙ୍କ ଭଳି ମିଷ୍ଟର ଇଣ୍ଡିଆ ଭୂମିକାରେ ନଜର ଆସିବେ ଓ ଏହାକୁ ନେଇ ରଣବୀର ବହୁତ ଏକ୍‌ସାଇଟେଡ୍ ଥିବା ଜଣାପଡ଼ିଛି । ୨୨୨୨ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ଶାହରୁଖ ମୋଗେମ୍ବୋ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ କିଙ୍ଗ ଖାନ ଏଥିଲାଗି କନଫର୍ମେଶନ ଦେଇନାହାନ୍ତି । ଉଲ୍ଲେଖନୀୟ ଯେ ପ୍ରଯୋଜକ ବୋନି କପୁରଙ୍କ ନିର୍ମିତ ଓ ଶେଖର କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ମିଷ୍ଟର ଇଣ୍ଡିଆ’ରେ ଅନିଲ କପୁର ଲିଡ୍ ରୋଲରେ ଥିଲେ । ୧୯୮୭ରେ ମୁକ୍ତିଲାଭ କରିଥିବା ଏହି କ୍ଲାସିକ ମୁଭିରେ ଶ୍ରୀଦେବୀ, ସତୀଶ କୌଶିକ, ଅମରିଶ ପୁରୀ ଓ ଅନୁ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ରଣବୀର ସିଂ ଖୁବ ଶୀଘ୍ର ଆଉ ଏକ ଫିଲ୍ମରେ ନଜର ଆସୁଛନ୍ତି । ୧୯୮୩ ୱାର୍ଲ୍ଡକପ୍ ଉପରେ ଆଧାରିତ ଫିଲ୍ମ ‘୮୩’ରେ କପିଲ ଦେବଙ୍କ ରୋଲରେ ସେ ଅଭିନୟ କରିଛନ୍ତି ।

Spread the love