March 21, 2023

Satya News

odia news channel

ସୋନିଆ ଗାନ୍ଧୀ ଅସୁସ୍ଥ: ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ,୩/୨: ଅସୁସ୍ଥତା ଅନୁଭବ କରିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରବିବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା କୁହାଯାଉଥିଲାବେଳେ କଂଗ୍ରେସ ଅଧ୍ୟକ୍ଷା ରୁଟିନ୍ ଚେକ୍‌-ଅପ୍ ପାଇଁ ଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେଠାକୁ ଯାଇଥିବା ହସ୍ପିଟାଲ୍ ସୂତ୍ରରୁ ପ୍ରକାଶ। ସୋନିଆଙ୍କର କେତେକ ପରୀକ୍ଷାନିରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ସ୍ୱାସ୍ଥ୍ୟଗତ କାରଣରୁ ସମୟ ସମୟରେ ଆମେରିକା ଯାଇ ଚିକିତ୍ସିତ ହେଉଛନ୍ତି। ଏହି କାରଣରୁ ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ ସମୟରେ ସେ ଅନୁପସ୍ଥିତ ଥିଲେ।

Spread the love