April 19, 2024

Satya News

odia news channel

ଶ୍ରୀଲଙ୍କାରେ ବର୍ଷା ତାଣ୍ଡବ, ୨ଲକ୍ଷ ଲୋକେ ପ୍ରଭାବିତ, ବନ୍ୟା ଓ ଭୂ-ସ୍ଖଳନରେ ୧୪ ମୃତ

 

କଲମ୍ବୋ : ଗତ ଗୁରୁବାରଠାରୁ ଦ୍ୱୀପ ଦେଶ ଶ୍ରୀଲଙ୍କାରେ ମୂଷଳଧାର ବର୍ଷା ଲାଗି ରହିଛି। ଫଳରେ ରାଜଧାନୀ କଲମ୍ବୋ ସମେତ ୧୦ ଜିଲ୍ଲା ଗୁରୁତର ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଭୂ-ସ୍ଖଳନର ମଧ୍ୟ ସୂଚନା ମିଳିଛି। ବନ୍ୟା ଓ ଭୂ-ସ୍ଖଳନରେ ଦେଶରେ ଏପର୍ଯ୍ୟନ୍ତ ୧୪ ଜଣ ପ୍ରାଣ ହରାଇଥିବା ବିପର୍ଯ୍ୟୟ  ପରିଚାଳନା କେନ୍ଦ୍ର ରବିବାର ସୂଚନା ଦେଇଛନ୍ତି।

ଦେଶରେ ଗତ ଗୁରୁବାର ଠାରୁ ପ୍ରତିକୂଳ ପାଗ ଲାଗି ରହିଛି। ଫଳରେ ଜନବସତୀ ଓ କୃଷି କ୍ଷେତ୍ରରେ ପାଣି ଭରିଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଗମନା ଗମନ ପ୍ରଭାବିତ ହୋଇଛି।  କେଗାଲେରେ ଏକ ଘର ଉପରେ ମାଟି ଅତଡା ଧସିବା ଯୋଗୁ ପରିବାରର ୪ ଜଣଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି। ଭୀଷଣ ବର୍ଷାରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୪୫ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

ବର୍ଷା ଓ ବନ୍ୟାରେ ଅନୁନ୍ୟ ୮୦୦ ଘର ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ୪ ହଜାର ୩ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି।   ଭାରତ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପରଠାରୁ ଦ୍ୱୀପ ଦେଶରେ ପାଣିପାଗ ବଦଳିଛି। ନିମ୍ନାଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି।

Spread the love