ମୁମ୍ବାଇ,୧୮/୨: ତୃଣମୂଳ କଂଗ୍ରେସ(ଟିଏମସି)ର ପୂର୍ବତନ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତା ତାପସ ପାଲଙ୍କର ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ବଙ୍ଗଳା ସିନେମା ଜଗତର ଏହି ଜଣାଶୁଣା ଅଭିନେତାଙ୍କ ମୃତ୍ୟୁବେଳକୁ ୬୧ ବର୍ଷ ବୟସ ହୋଇଥିଲା। ସୂଚନାନୁଯାୟୀ, ତାପସ ମୁମ୍ବାଇସ୍ଥିତ ଝିଅଘରକୁ ଯାଇ କୋଲକାତା ଫେରିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ଅପେକ୍ଷା କରିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାପସ ବଙ୍ଗଳା ସିନେମା ବ୍ୟତୀତ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ଫିଲ୍ମରେ ମଧ୍ୟ ଅଭିନୟର କରିଛନ୍ତି। ଉଦୟ ଶଙ୍କର ପାଣିଙ୍କ ନିର୍ଦେଶିତ ‘ମିଛ ମାୟା ସଂସାର’ ଓ ମହମ୍ମଦ ମହସୀନଙ୍କ ନିର୍ଦେଶିତ ‘ବିଧିର ବିଧାନ’ରେ ସେ ଅଭିନୟ କରିଥିଲେ। ସୂଚନାଯୋଗ୍ୟ, ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା।
More Stories
ସ୍ନାନବେଦୀରୁ ସିଧା ପ୍ରସାରଣ
40 ଲକ୍ଷ ପିସି ପାଇଁ ଅଟକିଗଲା ମନ୍ତ୍ରୀପଦ
ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି