March 30, 2023

Satya News

odia news channel

ଛାତ୍ରଛାତ୍ରୀଙ୍କୁ ମାଡ଼ମାରି ଶିକ୍ଷକ ନିଲମ୍ବିତ

କେନ୍ଦୁଝର,୨୧/୧: ବିଦ୍ୟାଳୟରେ ଛାତ୍ରଙ୍କୁ ଜଣେ ଶିକ୍ଷକ ନିସ୍ତୁକ ପିଟି ବାଡି ଭାଙ୍ଗିଦେବା ଭଳି ଏକ ଅଭବାନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପିତାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ଧାଡିକରି ଆଣ୍ଠେଇ ପ୍ରଧାନଶିକ୍ଷକ ପ୍ରବଳ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଛି। ଗଣିତ ଭୁଲ ହେବାରୁ ଶ୍ରେଣୀଗୃହ ଆଗରେ ପିଲାମାନଙ୍କୁ ଆଣ୍ଠେଇ ଦେଇ ପ୍ରଧାନଶିକ୍ଷକ ରତି ନାରାୟଣ ରାଉତ ସେମାନଙ୍କୁ ମାଡମାରିବା ପାଇଁ ସବୁ ବଳ ଲଗେଇ ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହୋଇଛି। ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷାଣା କରାଯାଇଥିବାବେଳେ ଶିକ୍ଷକଙ୍କ ଏଭଳି ବାଡି ଭଙ୍ଗା ମାଡ ଘଟଣା ସାମନାକୁ ଆସିବା ପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣକରଛି। ଶିକ୍ଷକ ଶ୍ରୀ ରାଉତଙ୍କୁ ନିଲମ୍ବିତ କରିଛନ୍ତି ବ୍ଲକ ଶିକ୍ଷାଧିକାରୀ। ଅନ୍ୟପକ୍ଷରେ ଏଭଳି ମାଡ ମାରିଥିବାରୁ ଶିକ୍ଷକ ଜଣକ ଭୁଲ ମାଗିଛନ୍ତି।

Spread the love