March 27, 2024

Satya News

odia news channel

ବାପ ପାରିଲେନି, ବେଟା?

ମୁମ୍ବାଇ,୨୪/୧: ଭାରତୀୟ ରାଜନୀତିରେ ଠାକରେ ପରିବାରର ସ୍ଥାନ ସ୍ୱତନ୍ତ୍ର। ହିନ୍ଦୁ ହୃଦୟ ସମ୍ରାଟ ବାଲାସାହେବ ଠାକରେଙ୍କ ଶିବସେନା କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସହ ଏକାଧିକ ଥର କ୍ଷମତାର ସ୍ୱାଦ ଚାଖିଛି, ନିଜ ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ। ବାଲଠାକରେ କେବେ କୌଣସି ସରକାରୀ ପଦପଦବୀରେ ରହିବା ପାଇଁ ଲାଳାୟିତ ନଥିଲେ ବି କ୍ଷମତାର ରିମୋଟ କଣ୍ଟ୍ରୋଲ ରହୁଥିଲା ତାଙ୍କ ହାତରେ। ସେ ଚାହିଁଲେ ବମ୍ବେ ଉଠୁଥିଲା ପଡ଼ୁଥିଲା। ସେତେବେଳେ ପୁତୁରା ରାଜ ଠାକରେଙ୍କୁ ହିଁ ଶିବସେନା ପ୍ରମୁଖଙ୍କ ଯୋଗ୍ୟ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା। ଠାଣିମାଣି, ଚାଲିଚଲଣି ସବୁକିଛିରେ ରାଜ ଠାକରେ ଥିଲେ ବାଲାସାହେବ ଠାକରେଙ୍କ କାର୍ବନ କପି। ପୁଅ ଉଦ୍ଧବ ଠାକରେଙ୍କୁ ପ୍ରାୟ କେହି ଚିହ୍ନି ନଥିଲେ କହିଲେ ଚଳେ। ଏପରି କି ତାଙ୍କର ସାଙ୍ଗଠନିକ ଦକ୍ଷତା ଖୁବ ଦୁର୍ବଳ ଥିଲା। ତେଣୁ ଏହି କଠୋରପନ୍ଥୀ ହିନ୍ଦୁତ୍ୱବାଦୀ ଦଳର ଅଧ୍ୟକ୍ଷ ପଦ ସେ ତୁଲାଇ ପାରିବେ ଏଥିରେ ଅନେକଙ୍କ ମନରେ ସନ୍ଦେହ ବି ଥିଲା। ଶେଷରେ ପୁତ୍ର ମୋହରେ ପଡ଼ି ଉଦ୍ଧବଙ୍କୁ ହିଁ ରାଜନୈତିକ ସାମ୍ରାଜ୍ୟର ପରବର୍ତ୍ତୀ ରାଜା ଭାବେ ବାଛିବାକୁ ବାଧ୍ୟ ହୋଇଥିଲେ ବାଲଠାକରେ। କ୍ଷୁବ୍ଧ, ଅସନ୍ତୁଷ୍ଟ, ଅଭିମାନୀ ରାଜ ଠାକରେ ଭିନ୍ନ ବାଟରେ ଚାଲିବାରେ ଲାଗିଲେ ପ୍ରାୟ ୧୪ ବର୍ଷ ତଳୁ।

amit thackeray entered in politics
amit thackeray entered in politics

ମୁମ୍ବାଇରେ ଗୁଣ୍ଡାଗର୍ଦ୍ଦି ଓ କେତେକ ସ୍ଥଳେ  ସମାଜସେବାକୁ ଆୟୁଧ କରି ନିର୍ବାଚନ ଲଢ଼ି ପ୍ରାୟ ଜିତୁ ନଥିବା ରାଜଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)କୁ ଏବେ ମିଳିଛି ତା’ ଭବିଷ୍ୟତର ନୂଆ ମୁଖିଆ। ରାଜ ଠାକରେ ଗୁରୁବାର ତାଙ୍କ ରାଜନୈତିକ ଗୁରୁଙ୍କ ପଦାଙ୍କ ଅନୁସରଣ କରି କଟ୍ଟର ହିନ୍ଦୁତ୍ୱ ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଶପଥ ନେଇଛନ୍ତି। ବାଲାସାହେବଙ୍କ ଜୟନ୍ତୀ ଅବସରରେ ମୁମ୍ବାଇର ଉପନଗର ଗୋରେଗାଓଁରେ ଆୟୋଜତିତ ଏକ ସଭାରେ ସେ ନିଜ ପୁଅ ଅମିତ ଠାକରେଙ୍କୁ ରାଜନୀତି ପ୍ରବେଶ କରାଇଛନ୍ତି। ଏହାକୁ ଟିଭି ଚ୍ୟାନେଲ ବାଲା କହୁଛନ୍ତି ଯେ ରାଜ ତାଙ୍କ ଅମିତକୁ ଲଞ୍ଚ କରାଇଲେ। କାରଣ ସେପଟେ ଉଦ୍ଧବ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ ଯଥାକ୍ରମେ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ହୋଇ ସାରିଲେଣି ବହୁ ଘଟଣାକ୍ରମ ପରେ। ତେଣୁ ଅସ୍ତିତ୍ୱ ସଙ୍କଟରେ ଥିବା ଏମଏନଏସ ଏବେ ମୋଦିଙ୍କୁ ଲୁଚି ଲୁଚି ପ୍ରଶଂସା କରୁଛି। କୁଆଡ଼େ ମେଣ୍ଟରେ ବି ସାମିଲ ହୋଇଯିବ। ମହାରାଷ୍ଟ୍ରରେ ଶିବସେନାକୁ ଦବାଇବାକୁ ହେଲେ ଭାଜପାକୁ ସାଥୀ ଦରକାର। ବ୍ୟବହାର କରିବା ପାଇଁ ରାଜଙ୍କଠାରୁ କେହି ଭଲ ହୋଇ ନପାରନ୍ତି। ତେଣୁ ଏବେ ପାଣିପାଗରେ ଏ ଆକସ୍ମିକ ପରିବର୍ତ୍ତନ। ଆହୁରି ଆଗକୁ ଅଛି ଅନେକ ଯୋଜନା। ଏଥିପାଇଁ ଠାକରେ ପରିବାରର ଉଭୟ ପକ୍ଷ ତୃତୀୟ ପିଢ଼ି ଏବେ ମଇଦାନରେ। ପ୍ରଶ୍ନ ହେଉଛି ଏବେ ହୀରୋ ମାର୍କା ଅମିତ ଭାଇ ଆଦିତ୍ୟକୁ ଟପିପାରିବେ କି? ମାତ ଦେଇ ବାପାଙ୍କ ପୁରୁଣା ସ୍ୱପ୍ନ ସାକାର କରିବେ କି?

 

Odia horror story

Spread the love