
ସୋର : ବୋହୂର ସ୍ବୀକୃତି ଦାବିରେ ଶାଶୁଘର ସାମ୍ନାରେ ଧାରଣାରେ ବସିଛନ୍ତି ମହିଳା। ସ୍ତ୍ରୀଙ୍କୁ ବାପ ଘରେ ଛାଡି କୁଆଡେ ଉଭାନ ହୋଇଗଲେ ସ୍ବାମୀ। ଏପର୍ଯ୍ୟନ୍ତ ତାଙ୍କର ଖୋଜ ଖୋବର ନାହିଁ। ଏପରି କି ଫୋନ କରି ସ୍ତ୍ରୀ ଭଲମନ୍ଦ କଥା ବି ପଚାରି ବୁଝିବା ପାଇଁ ମଧ୍ୟ ସ୍ବାମୀଙ୍କ ପାଖରେ ସମୟ ନାହିଁ। ସ୍ତ୍ରୀ ଏବଂ ବୋହୂର ସ୍ବୀକୃତି ଦାବିରେ ଶାଶୁଘର ପିଣ୍ଡାରେ ଅଡ଼ି ବସିଛନ୍ତି ମହିଳା।
ସୂଚନାଥାଉକି ବାଲେଶ୍ବର ଖଇରା ଥାନା ଅଚ୍ୟୁତପୁର ଗାଁର ଦିବାକର ପାଢ଼ୀଙ୍କ ଝିଅ ମନୋଜିନୀ (ଛଦ୍ମନାମ) ଜଦଳା ପଞ୍ଚାୟତର ଜଳଦାଶାସନ ଗାଁର ରାମକୃଷ୍ଣ ପଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ।୨୦୧୯ ମସିହା ମେ ୧୫ ତାରିଖରେ ଭୁବନେଶ୍ବର ସାଇମନ୍ଦିରରେ ହିନ୍ଦୁ ରୀତି ରିବାଜରେ ଉଭୟଙ୍କ ବାହାଘର ହୋଇଥିଲା।
ବିବାହର ୧୦ ମାସ ପର୍ଯ୍ୟନ୍ତ ସ୍ବାମୀ-ସ୍ତ୍ରୀ ଭୁବନେଶ୍ବରରେ ଏକ ଭଡ଼ା ଘରେ ରହୁଥିଲେ। ଗତ ମାର୍ଚ୍ଚରୁ ବାପଘରେ ସ୍ତ୍ରୀଙ୍କୁ ଛାଡି ସ୍ବାମୀ କୁଆଡ଼େ ଚାଲି ଯାଇଛନ୍ତି। ସ୍ତ୍ରୀଙ୍କ ପାଖକୁ ଫୋନ୍ ବି କରୁ ନାହାନ୍ତି। ଭରଣପୋଷଣ ପାଇଁ ଗୋଟେ ବି ଟଙ୍କା ଦେଉନଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ସରୋଜିନୀ ଶାଶୁଘର ପିଣ୍ଡାରେ ଧାରଣାରେ ବସିଛନ୍ତି।
More Stories
ବିଜେଡି ଗୁଣ୍ଡାମାନେ ମତେ ହତ୍ୟା କରିବାକୁ ଆସିଥିଲେ: ଜୟନାରାୟଣ
ଗଞ୍ଜୋଡ଼ଙ୍କ ପାଇଁ ବାହାରିଲା ଚାକିରି, ଦରମା ୮୮ ଲକ୍ଷ ଟଙ୍କା
ବଢୁଛି ନିଶା ମହାରଣାଙ୍କ କ୍ରେଜ