March 27, 2024

Satya News

odia news channel

ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କୀ ନିହତ, ଯବାନ ସହିଦ

ଶ୍ରୀନଗର,୬/୨: ଜମ୍ମୁ-କଶ୍ମୀରର ଶ୍ରୀନଗର ଉପକଣ୍ଠରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର୍‌ରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସଂଘର୍ଷରେ ଜଣେ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ, ଆତଙ୍କବାଦୀମାନେ ବାଇକ୍‌ରେ ଆସି ସିଆର୍‌ପିଏଫ୍ ପାଟ୍ରୋଲ ପାର୍ଟି ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନଙ୍କ ପାଲଟା କାର୍ଯ୍ୟନୁଷ୍ଠାନରେ ଘଟଣାସ୍ଥଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଏ ସମ୍ପର୍କରେ ଶ୍ରୀନଗର ମଣ୍ଡଳ ସିଆର୍‌ପିଏଫ୍ ଆଇଜି ରବିଦୀପ ସାହି କହିଛନ୍ତି। ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାବାହିନୀର ଏକ ଟିମ୍ ଓ ବରିଷ୍ଠ ଅଧିକାରୀ ପହଞ୍ଚି ତଲାସୀ ଅଭିଯାନ ଚଳାଇଥିଲେ। ଏହି ସମୟରେ ଆଉଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଚଳିତବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ୨୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ଅଧିକାରୀ ଦିଲବାଗ ସିଂହ କହିଛନ୍ତି।

Spread the love