April 16, 2024

Satya News

odia news channel

ଟ୍ରକରୁ ପ୍ରାୟ ୨୨ କ୍ୱିଣ୍ଟାଲର ଗଂଜେଇ ଜବତ

 

  • ଟ୍ରକର କ୍ୟାବିନରେ ହେଉଥିଲା ଚୋରା ଚାଲାଣ
  • ଯାଞ୍ଚବେଳେ ଟ୍ରକକୁ ଧରିଲା ଅବକାରୀ ବିଭାଗ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରୁ ପୁଣି ଧରାପଡିଲା ଗଂଜେଇ । ୪ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଚାଲାଣ ହେଉଥିବାବେଳେ ଧରିଛି ଅବକାରୀ ବିଭାଗ । ଅଭିନବ ଉପାୟରେ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି। ତେବେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହେଇଯାଇଛି । ରାତିରେ ଟ୍ରକଟି ରାୟଗଡା-ଭବାନୀପାଟଣା ରାଜ୍ୟ ରାଜପଥର ଚାନ୍ଦିଲି ଥାନାର ରାସ୍ତାକଡରେ ଛିଡା ହୋଇଥିବା ବେଳେ ଟ୍ରକଟିକୁ ସନ୍ଦେହ କରି ଅବକାରୀ ବିଭାଗ ଯାଂଚ କରିଥିଲେ ।

ସେପଟେ ଜୟପୁରରୁ ଏକ ପରିବା ବୋଝେଇ ଭ୍ୟାନରୁ ୪୦ ଲକ୍ଷର ଗଞ୍ଜେଇ ଜବତ ହୋଇଛି । ଲମତାପୁଟ ପଟୁ ଆସୁଥିବା ବେଳେ କଟା ଛକରେ ଭ୍ୟାନକୁ ଧରିଲା ସଦର ପୋଲିସ । ତେବେ ଏହି ମାମଲାରେ ୬ ଜଣ ଗିରଫ ହେବା ସହ ୫ ମୋବାଇଲ୍ ସହ ୧୧ ହଜାର ଟଙ୍କା ଜବତ ହୋଇଛି ।

ସେହିପରି ଏକା ଥରେ କୋଟିଏ ଟଙ୍କାର ବ୍ରାଉନ ସୁଗର ଜବତ ହୋଇଛି । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଏତେ ପରିମାଣର ଡ୍ରଗ୍ସ ଜବତ କରିଛି ଏସଟିଏଫ୍ ।  ଏହି ଘଟଣାରେ ମାନସ ମୁଖି ଓ କମଳାକାନ୍ତ ଦାସ ନାମକ ଦୁଇ ଜଣଙ୍କୁ ଧରିଛି । ଏସଟିଏଫ୍ ସେମାନଙ୍କ ଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ୍ ବ୍ରାଉନ୍ ସୁଗର । ଏହା ସହିତ ଗୋଟିଏ ଚୋରା ମୋଟର ସାଇକଲ ଜବତ କରାଯାଇଛି ଆଉ କେତେକ ସାମଗ୍ରୀ ମଧ୍ୟ ସେମାନଙ୍କଠାରୁ ଜବତ ହୋଇଛି । ସେମାନଙ୍କୁ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଏସଟିଏଫ୍ ସୂତ୍ରରୁ ଜଣାପଡ଼ିଛି । ଦୁଇ ଅଭିଯୁକ୍ତଙ୍କ ନାଁରେ ଆହୁରି ଅନେକ ଫୌଜଦାରି ମାମଲା ଅଛି । କେବଳ ଏହି ବର୍ଷ ୩୦ କେଜି ଡ୍ରଗ୍ସ ଓ ୬୪ କ୍ୱିଣ୍ଟାଲର ଗଂଜେଇ ଜବତ କରାଯାଇଛି ।

Spread the love