ପିପିଲି୨୫/୧: ପୁରୀଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁହେଁ ସମ୍ପର୍କରେ ମାଉସୀ-ଝିଆରୀ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ସକାଳେ ଦାଣ୍ଡମୁକୁନ୍ଦପୁରର ପୀତବାସ ୟୁଜି ଏମ୍ଇ ସ୍କୁଲରେ କାର୍ଯ୍ୟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡ଼ା(୩୨) ଏକ ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ। ଦୁହେଁ ପୀତବାସ ୟୁଜି ଏମ୍ଇ ସ୍କୁଲଠାରୁ ମାତ୍ର ଏକ କିଲୋମିଟର ଦୂରରେ ଯାଉଥିବାବେଳେ ସାମନା ପଟୁ ଏକ ଡାଲା ଅଟୋ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଭାବେ ଆହତ ହୋଇଥିବା ସ୍ନେହଲତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ସ୍ନେହଲତାଙ୍କ ଘର ପିପିଲି ନୀଳକଣ୍ଠନଗରରେ ଏବଂ ଶୁଭଲକ୍ଷ୍ମୀଙ୍କ ଘର ବ୍ଲକ୍ ଛକ ନିକଟରେ ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର୍ ହେବାକୁ ଉଦ୍ୟମ କରୁଥିବାବେଳେ ତାଙ୍କୁ ଜନୈକ କନଷ୍ଟେବଳ କାବୁ କରିଥିଲେ। ତାଙ୍କୁ ପିପିଲି ଥାନାରେ ଅଟକ ରଖାଯାଇଛି।
More Stories
ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ