September 15, 2024

Satya News

odia news channel

ଓୱେସିଙ୍କର କୌଣସି କାର୍ଯ୍ୟକ୍ରମ ନଥିଲା ଏବଂ ଆସୁଥିବା ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନଥିଲା: ଅମିତ ଶାହ

 

ନୂଆଦିଲ୍ଲୀ: ମିରଟରେ ଓୱେସିଙ୍କର କୌଣସି କାର୍ଯ୍ୟକ୍ରମ ନଥିଲା ଏବଂ ସେ ଆସୁଥିବା ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନଥିଲା। ଆଜି ରାଜ୍ୟସଭାରେ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିବାକୁ ଯାଇ ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫେବ୍ରୁଆରି ୪ରେ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଏଆଇଏମ୍‌ଆଇଏମ୍‌) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା। ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଦାବି କରିଥିଲେ ଓୱେସି।

ଉଲ୍ଲେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ, ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ସେ ଦାବି କରିଥିଲେ । ନିଜ ଗାଡ଼ିର ଏକ ଫଟୋ ଟ୍ବିଟରରେ ସେୟାର କରି ସେ ଏଭଳି ଅଭି‌ଯୋଗ କରିଥିଲେ। ତେବେ ଏନେଇ ସୂଚନା ମିଳିବା ପରେ ତଦନ୍ତ କରି ୨ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଚିନ ପଣ୍ଡିତ ଓ ଶୁଭମ। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଏହି ଆକ୍ରମଣର ଅଭିଯୁକ୍ତ ସଚିନ ପଣ୍ଡିତ ଗ୍ରେଟର ନୋଏଡାର ବାଦଲପୁରରେ ଥିବା ଦୁରାଇ ଗାଁର ବାସିନ୍ଦା। ଦୁରାଇ ଗାଁର ବାସିନ୍ଦା ସଚିନଙ୍କ ପିତା ବିନୋଦ ପଣ୍ଡିତ ଘରୋଇ କମ୍ପାନିରେ କଣ୍ଟ୍ରାକ୍ଟର ଥିବା ବେଳେ ସଚିନ ଆଇନ ପାଠ୍ୟକ୍ରମ ଶେଷ କରିଛନ୍ତି। ଅଭିଯୁକ୍ତ ବିଜେପିର ସଦସ୍ୟତା ଗ୍ରହଣ କରିଥିବା ସହ ଅନେକ ବଡ଼ ବଡ଼ ବିଜେପି ନେତାଙ୍କ ସହ ତାଙ୍କର ଫଟୋ ଭାଇରାଲ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା, ସାଂସଦ ମହେଶ ଶର୍ମାଙ୍କ ସମେତ ବହୁ ବିଜେପି ନେତାଙ୍କ ସହ ସଚିନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Spread the love