July 25, 2024

Satya News

odia news channel

ଜାତୀୟ କ୍ରୀଡ଼ା ଦିବସରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

 

ନୂଆଦିଲ୍ଲୀ : ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ଦେଶକୁ କ୍ରମାଗତ ୩ଟି ଅଲିମ୍ପିକ୍‌ସ ହକି ସ୍ବର୍ଣ୍ଣପଦକ ଜିତାଇଥିବା ଧ୍ୟାନଚାନ୍ଦଙ୍କୁ ତାଙ୍କ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶର ସମସ୍ତ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ରେ ଏକ ବାର୍ତ୍ତା ଛାଡ଼ି ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶରେ କ୍ରୀଡ଼ାରେ ବିକାଶ ହେଉଥିବା ସୂଚନା ଦେଇଥିଲେ। ଏହି ବିକାଶ ଧାରା ଆଗାମୀ ଦିନରେ ବଜାୟ ରଖିବ ବୋଲି ମୋଦୀ ଆଶାବ୍ୟକ୍ତ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି; ସାରାଦେଶ ଏହି ମହାନ୍ ଦିବସରେ ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଭାରତକୁ ଏକ ଶକ୍ତିଶାଳୀ କ୍ରୀଡ଼ାଦେଶ ଭାଗେ ଗଢ଼ିବା ପାଇଁ ଆହ୍ବାନ ଜଣାଇଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ନୂତନ ଭାରତରେ ଆଜି ଯେତିକି ଗୁରୁତ୍ବ ଶିକ୍ଷାର ରହିଛି; ସେତିକି ଗୁରୁତ୍ବ କ୍ରୀଡ଼ାର ମଧ୍ୟ ରହିଛି। ଖେଲୋ ଇଣ୍ଡିଆ ଯୋଜନା ଦ୍ବାରା ଆଜି କେବଳ ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ଆନ୍ତର୍ଜାତିକ ମଞ୍ଚ ପ୍ରଦାନ କରା ଯାଉନାହିଁ; ବରଂ ଭାରତୀୟ ପାରମ୍ପରିକ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପରମାଣିକ କହିଛନ୍ତି, ଧ୍ୟାନଚାନ୍ଦଙ୍କ ଜନ୍ମଦିବସରେ ଦେଶ ଆଜି ଜାତୀୟ କ୍ରୀଡ଼ାଦିବସ ପାଳନ କରୁଛି। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ କ୍ରୀଡ଼ାକୁ ଜୀବନର ଅଭିନ୍ନ ଅଙ୍ଗ​‌େ​‌ର ପରିଣତ କରିବା ଏବଂ ସର୍ବଦା ଫିଟ୍‌ ଓ ସୁସ୍ଥହେବାର ପ୍ରୟାସ କରିବା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଜାତୀୟ କ୍ରୀଡ଼ା ଦିବସରେ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି। ତ୍ୟାଗ ଓ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ଦେଶକୁ ଗର୍ବିତ କରିଥିବା କ୍ରୀଡ଼ାବିତ୍‌ଙ୍କୁ ମୋର ପ୍ରଣାମ। ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। କେନ୍ଦ୍ର ଆଇନ୍‌ ଓ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି, ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଦେଶ ପାଇଁ ଖେଳି ଗୌରବ ଆଣିଥିବା କ୍ରୀଡ଼ାବିତ୍‌ଙ୍କୁ ମୋର ସାଲ୍ୟୁଟ୍‌।
କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଜାତୀୟ କ୍ରୀଡ଼ା ଦିବସ ଅବସରରେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ଏକ କ୍ରୀଡ଼ାକୁ ଜୀବନର ଅଂଶ କରିବା ସହ ପ୍ରତିଦିନ କିଛି ସମୟ ଅଭ୍ୟାସ କରିବାକୁ ତେନ୍ଦୁଲକର ଆହ୍ବାନ ଦେଇଥିଲେ। ଏପରି ହେଲେ ଦେଶବାସୀ ଶାରୀରିକ ଓ ମାନସିକ ଦୃଷ୍ଟିରୁ ଫିଟ୍‌ ରହିପାରିବେ। ଗତ କିଛିବର୍ଷ ହେବ ଭାରତ କ୍ରୀଡ଼ା କ୍ଷେତ୍ର​‌େ​ର ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ସଫଳତା ପାଇଥିବାରୁ ତେନ୍ଦୁଲକର ସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଲିମ୍ପିକ୍‌ସରେ ଦେଶକୁ ଏକମାତ୍ର ଦୌଡ଼କୁଦ ସ୍ବର୍ଣ୍ଣପଦକ ଜିତାଇଥିବା ଜାଜେଲିନ୍ ଥ୍ରୋଅର ନୀରଜ ଚୋପ୍ରା ଲେଖିଛନ୍ତି, ଅଗଷ୍ଟ ୨୯ରେ ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଛି। ସମସ୍ତ ଭାରତବାସୀ ଆସି ଖେଳନ୍ତୁ; କେବଳ ଏହିଦିନ ନୁହେଁ; ସବୁଦିନ। କ୍ରିକେଟର ଯୁବରାଜ ସିଂହ ଲେଖିଛନ୍ତି, ଆଜି ଓ ସବୁଦିନ କ୍ରୀଡ଼ାବିତ୍‌ଙ୍କ ଭାବନାକୁ ସାଲ୍ୟୁଟ୍‌ କରୁଛି। ମହାନ୍ ଚମ୍ପିଆନ୍‌ଙ୍କ ଏହି ଦେଶର ନାଗରିକ ଭାବେ ଗର୍ବ ଅନୁଭବ କରୁଛି। ଏମାନଙ୍କୁ ଛାଡ଼ି ଭାରତୀୟ ମହିଳା କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟିକା ମିତାଲି ରାଜ୍‌, କ୍ରିକେଟର ଦିନେଶ କାର୍ତ୍ତିକ, ଚମ୍ପିଆନ୍ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରଭୃ୍‌ତି ଜାତୀୟ କ୍ରୀଡ଼ା ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love