July 12, 2025

ଅଡାଲ-ଗୋପୀମୋହନପୁର ଗ୍ରାମର ଯୁବଗୋଷ୍ଠୀଙ୍କ ପକ୍ଷରୁ ଗ୍ରାମ ସାନିଟାଇଜ, ମାସ୍କ ବଣ୍ଟନ ଓ କରୋନା ସଚେତନତା

 

ଅଡାଲ-ଗୋପୀମୋହନପୁର ଗ୍ରାମର ଯୁବଗୋଷ୍ଠୀଙ୍କ ପକ୍ଷରୁ ଗ୍ରାମ ସାନିଟାଇଜ, ମାସ୍କ ବଣ୍ଟନ ଓ କରୋନା ସଚେତନତା

 

ସମ୍ପ୍ରତି କରୋନା ମହାମାରୀ ପ୍ରକୋପରୁ ଜନସାଧାରଣଙ୍କ ଜୀବନ ରକ୍ଷା ତଥା ବ୍ୟାପକ ଜନସଚେତନତା ସୃଷ୍ଟି ନିମନ୍ତେ ଆଜି ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତ ଅନ୍ତର୍ଗତ ଅଡାଲ ଓ ଗୋପୀମୋହନପୁର ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ଉଭୟ ଗ୍ରାମର ପ୍ରତ୍ୟେକ ଘରକୁ ସାନିଟାଇଜ଼ କରାଯିବା ସହ ଅବାଳ ବୃଦ୍ଧବନିତାଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

ଏହା ସହ ପ୍ରତ୍ୟେକ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ କରୋନା ସଚେତନତା ନିମନ୍ତେ ଯୁବଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ପୋଷ୍ଟର ସଂଲଗ୍ନ କରାଯାଇଥିଲା ।

 

ଏହା ପରେ ଗ୍ରାମରେ ଥିବା ସମସ୍ତ କୂପ, ନଳକୂପ, ଡ୍ରେନ, ପୋଖରୀ କୂଳ ଇତ୍ୟାଦିକୁ bleaching ଦ୍ୱାରା ବିଶୋଧନ କରାଯାଇଥିଲା ।

ସାମ୍ପ୍ରତିକ କରୋନା ସ୍ଥିତି ଓ ତତଜନିତ ଅମ୍ଳଜାନ ସଂକଟକୁ ଆଖି ଆଗରେ ରଖି ଆଜି ବିଶ୍ୱ ପରିବେଶ ଦିବସରେ ସ୍ଥାନୀୟ ଯୁବକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକୁ ଗ୍ରାମର ଯୁବ ସମାଜସେବୀ ମନୋଜ କୁମାର ବେହୁରା, ଦୀପକ କୁମାର ଖୁଣ୍ଟିଆ, ବିଶ୍ୱଜିତ ପାଇକରାୟ, ସୁଶାନ୍ତ ରଣବୀର ସିଂହ, ସଞ୍ଜୟ କୁମାର ଖୁଣ୍ଟିଆ, ମୋହନ ମୋତିଲାଲ ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି, ହେମନ୍ତ ରଣସିଂହ, ଚିତ୍ତରଞ୍ଜନ ଖୁଣ୍ଟିଆ, ରବୀନ୍ଦ୍ର ଲେଙ୍କା, ପ୍ରକାଶ କୁମାର ସ୍ୱାଇଁ, ସଂଗ୍ରାମ ଜୟସିଂହ, ଦୁଖୀଶ୍ୟାମ ସ୍ୱାଇଁ, ତାପସ କୁମାର ଖୁଣ୍ଟିଆଙ୍କ ସମେତ ଯୁବ ଗୋଷ୍ଠୀ ବିନା କୌଣସି ସରକାରୀ ସହାୟତାରେ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

ଆଗାମୀ ଦିନରେ ଏହିପରି ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଡାଲ ଗ୍ରାମର ଯୁବଗୋଷ୍ଠୀ ମତ ପ୍ରକାଶ କରି କହିଛନ୍ତି । ଯୁବଗୋଷ୍ଠୀଙ୍କ ଏପରି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ଓ ପ୍ରେରଣା ପାଲଟିଛି

ନୟାଗଡ଼ ରଣପୁରରୁ ରାଜକିଶୋର ବେହେରାଙ୍କ ରିପୋର୍ଟ, ସତ୍ୟ ନ୍ୟୁଜ଼ 24

Spread the love