January 8, 2026

ନଭେମ୍ବର ୧୬ରୁ ରାଜ୍ୟରେ ଖୋଲିବ ମନ୍ଦିର ସମେତ ସମସ୍ତ ଧାର୍ମିକ ସ୍ଥଳ

 

ମୁମ୍ବାଇ: ନଭେମ୍ବର ୧୬ ତାରିଖ ଠାରୁ ମହାରାଷ୍ଟ୍ରରେ ଖୋଲିବ ପୂଜା ଆରାଧନା ସ୍ଥଳ। ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲିବା ନେଇ ଅନୁମତି ଦେଇଛନ୍ତି ମହାରାଷ୍ଟ୍ରର ସରକାର। ଏ ନେଇ ବିରୋଧୀଙ୍କ ବାରମ୍ବାର ବିକ୍ଷୋଭ, ସମାଲୋଚନା ଓ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ଚିଠି ପରେ ଶେଷରେ ଧାର୍ମିକ ସ୍ଥଳ ଖୋଲିବା ପାଇଁ ଅନୁମିତ ଦେଇଛନ୍ତି ଉଦ୍ଧବ ସରକରା।

ତେବେ ଧାର୍ମିକ ସ୍ଥଳ ଖୋଲିବା ପରେ ଏହା ଭିତରେ କିମ୍ବା ବାହାରେ ମାସ୍କ ପିନ୍ଧିବା ସହିତ ଭିଡ଼ ନକରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ସୋମବାର ଠାରୁ ରାଜ୍ୟରେ ମନ୍ଦିରରୁ ଆରମ୍ଭ କରି ସମସ୍ତ ଧାର୍ମିକ ସ୍ଥଳ ଖୋଲିବ।

ତେବେ ରବିବାର ସିଦ୍ଧିବିନାୟକ ମନ୍ଦିର ଖୋଲିବା ନେଇ ଅନୁମତି ମିଳିଥିବା ମନ୍ଦିର ଟ୍ରଷ୍ଟି ଆଦେଶ ବନ୍ଦେକର ସୂଚନା ଦେଇଛନ୍ତି। ତେବେ ଏ ନେଇ ଏକ ବୈଠକ ବସିବା ପରେ ସୋମବାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ବିନ୍ଦେକର ସୂଚନା ଦେଇଛନ୍ତି।

Spread the love