
ଅମରାବତୀ : ବୁଧବାର ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ବସ୍ ନିୟନ୍ତ୍ରଣ ହରାଇ ନାଳକୁ ଖସିଯିବାରୁ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୨ ଜଣ ଆହତ ହୋଇଥିବା କୁହାଯାଉଛି।
ପଡୋଶୀ ତେଲେଙ୍ଗାନାର ଆସୱାରାପେଟରୁ ଜାଙ୍ଗାରେଡିଗୁଡେମକୁ ଯାଉଥିବା ବସ୍ ରେ ପ୍ରାୟ ୪୭ ଜଣ ଯାତ୍ରୀ ଥିଲେ।
ରାଜ୍ୟ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ମୃତ ବ୍ୟକ୍ତିଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନା ଯୋଗ୍ୟ, ବସ ଚାଳକ ଜଲେରୁ ନଦୀ ପୋଲରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହେବାରୁ ବର୍ତ୍ତିବାକୁ ଚେଷ୍ଟା କରିବା ସମୟରେ ନାଳକୁ ଖସି ପଡିଥିଲା। ବସଟି ପୋଲ ସହ ଧକ୍କା ହୋଇ ୨୫ ଫୁଟ ତଳକୁ ନାଳକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ପାଞ୍ଚ ମହିଳା ଯାତ୍ରୀଙ୍କ ସମେତ ୯ ମୃତଦେହ ଜବତ ହୋଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍