February 14, 2026

ଏକ ଦିବସୀୟ ବିତ୍ତୀୟ ସ୍ୱାକ୍ଷର ଦିବସ ପାଳିତ

 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏକଦିବସୀୟ ବିତ୍ତୀୟ ସ୍ୱାକ୍ଷର ଦିବସ ପାଳନ କରାଯାଇଛି। ଏଥିରେ ରାୟଗଡା ଲିଡ଼ ବ୍ୟାଙ୍କର ଶାଖା ପରିଚାଳକ ଧୀରେନ୍ଦ୍ର ବିହାରୀ, ଗ୍ରାମୀଣ ଆତ୍ମା ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ସରୋଜ କାନ୍ତ ପୃଷ୍ଟି, ଉକ୍ତଳଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ବସନ୍ତ ବେହେରା, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ପରିଚାଳକ କଳ୍ପତରୁ ବେହେରା, ଶିକରପାଇ ସରପଞ୍ଚ ଅଞ୍ଜନା ସାରକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ସାହୁ, ମିଶନ ଶକ୍ତିର ସଂଯୋଜିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଳିଆ ମଞ୍ଚାସିନ ରହିଥିଲେ।

ଏଥିରେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ନେଇ ଛତୁ, ମାଛ, ପନିପରିବା ଚାଷ କରିବା ସହ ବଡି ପାପଡ଼ ଇତ୍ୟାଦି କରିପାରିବେ ବୋଲି ଅତିଥିମାନେ କହିଥିଲେ। ବ୍ୟାଙ୍କ ତରଫରୁ ରହିଥିବା ବିଭିନ୍ନ ବିଷୟରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।

Spread the love