
ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ମନ୍ଥର ଗତିରେ ତଳକୁ ଖସୁଛି । ଶୁକ୍ରବାର ଦିନକ ମଧ୍ୟରେ ୧୯,୭୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୩,୦୭୦ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ପରୀକ୍ଷା କରାଯାଉଥିବା ନମୁନା ମଧ୍ୟରେ ସଂକ୍ରମଣ ହାର ୦.୭୦% ରହିଛି । ଏଥିସହିତ ଦେଶରେ ଦୈନିକ ସଂକ୍ରମିତଙ୍କ ହାର ୧.୫୬% ଓ ସାପ୍ତାହିକ ସଂକ୍ରମଣ ୧.୬୨% ରହିଛି । କରୋନାରୁ ଆରୋଗ୍ୟ ହାର ୯୭.୯୮%କୁ ବୃଦ୍ଧିପାଇଛି । ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୩୨,୪୮,୨୯୧ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ଦେଶରେ ୨,୩୬,୬୪୩ ଜଣ କରୋନା ରୋଗୀ ରହିଛନ୍ତି । ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୫୮.୧୩ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ୯୩.୯୯ କୋଟି ପାନ କୋଭିଡ ଟିକା ଦିଆଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍