ବଡ଼ମ୍ବା: ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନନେଇ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ଗୋଷ୍ଠି ଉନ୍ନୟନ ଅଧିକାରୀ ଉତ୍କଳରଞ୍ଜନ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ପ୍ରମୁଖ ଯୋଗଦେଇ ଏସମ୍ପର୍କରେ ଆଲୋଚନା କରିଥିଲେ।
ଆସନ୍ତା ୧୩ ତାରିଖରେ କଟକଠାରେ ଜିଲାସ୍ତରୀୟ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସର୍ଗ କରିବେ। ପରେପରେ ଉକ୍ତଦିନ ବଡ଼ମ୍ବାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଅନ୍ୟ ଆମନ୍ତ୍ରିତ ଅତିଥିଙ୍କ ଗହଣରେ ଏହି ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ପ୍ରଥମଦିବସରେ ନିଜିଗଡ଼ ବଡ଼ମ୍ବା ଏବଂ ରଗଡ଼ିପଡ଼ା ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ ଏହି କାର୍ଡ଼ ପ୍ରଦାନ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି। ୧୩ ତାରିଖରୁ ଆସନ୍ତା ୨୩ ତାରିଖ ମଧ୍ୟରେ ବଡ଼ମ୍ବା ବ୍ଲକ ନିମିତ ଯୋଗ୍ୟ ବିବେଚିତ ହୋଇଥିବା ସମୁଦାୟ ପ୍ରାୟ ୩୬ ହଜାର ୧୨୫ଜଣ ହିତାଧିକାରୀଙ୍କୁ ଅନ୍ୟ ଗ୍ରାମପଞ୍ଚାୟତରେ ଏହି କାର୍ଡ଼ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଥିବା ପ୍ରକାଶ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍