
ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ଆଜି ସନ୍ଧ୍ୟାରେ ତିନୋଟି ସିଙ୍ଗାପୁର ଉପଗ୍ରହ ସହ ପିଏସଏଲଭି-ସି ୫୩ ଯାନ ଉତକ୍ଷେପଣ କରିବ।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଏହି ଉତକ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସନ୍ଧ୍ୟାରୁ ଅବଗଣନା ଆରମ୍ଭ ହୋଇଛି ଓ ଏହା ଭଲ ଭାବରେ ଅଗ୍ରଗତି କରୁଛି। ଆଜିର ଏହି ମିଶନରେ ଭାରତର ଦୁଇଟି ଘରୋଇ ସ୍ପେସ୍ ଷ୍ଟାର୍ଟ ଅପ୍ ସହିତ ଛଅ ଟି ନାନୋ-ଉପଗ୍ରହ ମଧ୍ୟ ମହାକାଶକୁ ଯିବ।
ପିଏସଏଲଭି-ସି ୫୩ ହେଉଛି ମହାକାଶ ବିଭାଗ ଅଧୀନରେ ଥିବା ଏକ ପବ୍ଲିକ୍ ସେକ୍ଟର ୟୁନିଟ୍, ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ର ଦ୍ୱିତୀୟ ଉତ୍ସର୍ଗୀକୃତ ବାଣିଜ୍ୟିକ ମିଶନ। ୱାର୍କହୋର୍ସ ଲଞ୍ଚ ଯାନ ପିଏସଏଲଭି ପାଇଁ ଏହା ୫୫ ତମ ମିଶନ୍ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍