May 7, 2025

ଆଫଗାନର କାମଚଳା ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଇସଲାମାବାଦରେ

 

ଇସଲାମାବାଦ: ପାକିସ୍ତାନ ସରକାର ଆମେରିକା, ଚୀନ ଓ ରୁଷକୁ ନେଇ ଇସଲାମାବାଦରେ ତ୍ରୋଇକା ପ୍ଲସ ବୈଠକ ଆୟୋଜନ କରିଥିବାବେଳେ ତାହା ପୂର୍ବରୁ ଆଫଗାନିସ୍ତାନର କାମଚଳା ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଇସଲାମାବାଦରେ ପହଞ୍ଚିଛନ୍ତି । ମୁତାକି ତାଙ୍କର ତିନିଦିନିଆ ଗସ୍ତ କାଳରେ ଏକାଧିକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଜଣାଯାଇଛି । ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ରେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ କ୍ଷମତା ସମ୍ପୂର୍ଣ୍ଣ ଦଖଲ କରିବା ପରେ ଜଣେ ଆଫଗାନ ମନ୍ତ୍ରୀଙ୍କର ଏହା ପ୍ରଥମ ପାକିସ୍ତାନ ଗସ୍ତ ହୋଇଛି । ନୂଆଦିଲ୍ଲୀରେ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଥମ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ମାନଙ୍କର ବୈଠକ ଆୟୋଜିତ ହେବାର ଦିନକ ପରେ ପାକିସ୍ତାନ ତ୍ରୋଇକା ପ୍ଲସ୍‌ ବୈଠକ ଆୟୋଜନ କରୁଛି । ମୁତାକି ତାଙ୍କର ଚଳିତ ଗସ୍ତ କାଳରେ ପାକିସ୍ତାନ ସହିତ ରୁଷ, ଚୀନ ଓ ଆମେରିକାର ପ୍ରତିନିଧିମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ତାଲିବାନର ଶାସନ କ୍ଷମତା ଦଖଲ ପରେ ଏହା ପ୍ରଥମ ତ୍ରୋଇକା ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ଦୋହାରେ ଅଗଷ୍ଟ ମାସରେ ଏବଂ ମସ୍କୋରେ ଅକ୍ଟୋବର ୧୯ରେ ଆଫଗାନ ପ୍ରସଙ୍ଗ ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ମସ୍କୋ ବୈଠକରେ ଆମେରିକା ଯୋଗ ଦେଇନଥିଲା ।

Spread the love