May 11, 2025

ଏ ବର୍ଷ ହେବନି ଐତିହାସିକ ବାଲିଯାତ୍ରା

 

କଟକ:କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନାକୁ ଦେଖି ବାଲିଯାତ୍ରା ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ଜିଲାପାଳ ଭବାନୀଶଙ୍କର ଚଇନୀ ସୂଚନା ଦେଇଛନ୍ତି। କରୋନାର ପ୍ରଥମ ଲହର ବେଶି କ୍ଷତି ପହଞ୍ଚାଇପାରି ନ ଥିଲା। ଦ୍ୱିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଯାଇଛି। ଅନେକ ରୋଜଗାର ହରାଇଛନ୍ତି। ଏବେ ବି ବହୁ ଲୋକ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତୃତୀୟ ଲହରକୁ ନେଇ ବିଶେଷଜ୍ଞ ସତର୍କବାଣୀ ଶୁଣାଇଛନ୍ତି। ଏବେଠାରୁ ସତର୍କ ନ ହେଲେ କରୋନା ସଂକ୍ରମଣ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଏପରି ସ୍ଥିତିରେ କଟକର ଐତିହାସିକ ବାଲିଯାତ୍ରା ନ କରିବା ପାଇଁ କଟକ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। କୋଭିଡ୍‌କୁ ଦେଖି ଗତବର୍ଷ ମଧ୍ୟ ବାଲିଯାତ୍ରା ହୋଇ ନ ଥିଲା।

Spread the love