
ରାୟଗଡା: ଶୁକ୍ରବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଉତ୍କଳ ଆଲୁମିନାର ଏକ କଣ୍ଟେନର ଯାଉଥିବା ସମୟରେ ବାଇକ ସହିତ ତାହାର ଧକ୍କା ହୋଇଥିଲା । ତେବେ ବାଇକଟି କଣ୍ଟେନର ତଳେ ରହିଯିବାରୁ ତାହା ରାସ୍ତାରେ ଘୋଷାଡି ହୋଇ ସେଥିରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଦୁଇ ଯୁବକ ସନ୍ତୋଷ ନାଏକ ଓ ରଥ ନାଏକଙ୍କୁ ଉଦ୍ଧାର କରାଯାଇ ଉଷାପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍