
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପ୍ରଶାସନ ପକ୍ଷରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନର ଉପଦେଷ୍ଟା ତଥା ସୁନ୍ଦରଗଡର ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ବିନୟ କୁମାର ଟପୋ ଯୋଗଦେଇଥିବା ବେଳେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ, ସମିତିସଭ୍ୟ ଭୀମସେନ ବାଗ, ଜିଲାପରିଷଦ ସଭ୍ୟ ନିର୍ମଳା କାଡ୍ର।କା, ପୂର୍ବତନ ଉପାଧ୍ୟକ୍ଷା ଭି ୱାରା ପ୍ରସାଦ ରାଓ, ବିଡ଼ିଓ ସୁଧାକର ରଇତ, ଏ ବିଡ଼ିଓ ବଳରାମ ପାତ୍ର, ଜିଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ସିକରପାଇ ସମିତି ସଭ୍ୟ ଗୋପାଳଚେଟି ଜ୍ୟାତି, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଥାନା ଅଧିକାରୀ ସୁକୁମା ହଂସୁଦା, ଶିଶୁ ବିକାଶ ଅଧିକାରୀ ନଳିନୀ ବୈରାଗୀ ପ୍ରମୁଖ ମଞ୍ଚାସିନ ରହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନସ ମାଧ୍ୟମରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍