May 10, 2025

ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

 

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତାଳସାଜା ନଦୀ ଘାଟରୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗୁରୁବାର ତାଳସାଜା ଗାଁର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ନାଗାବଳୀ ନିକଟକୁ ଯାଇଥିଲେ । ସେଠାରେ ଦୁର୍ଗନ୍ଧ ହେବାରୁ ନାଗାବଳୀ ନଦୀର ଦୁଇ ଶାଖା ମଝିରେ ଏକ ମୃତହେଦ ପଡିଥିବା ଦେଖି ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ଏହି ଖବର ପାଇ ସ୍ଥାନୀୟ ପୁଲିସ ଏସଆଇ ରଞ୍ଜନ ନାଗ ଓ ଏଏସଆଇ ଖଗପତି ହାଲୁଆ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ସରକାରୀ ନିୟମ ଅନୁଯାୟୀ ମୃତ ମହିଳାଙ୍କ ପରିଚୟ ମିଳିବା ପର୍ଯ୍ୟନ୍ତ ରଖାଯିବ । ଯଦି ପରିଚୟ ନ ମିଳେ ତାର ଶବ ସତ୍କାର କରାଯିବ ବୋଲି ଏସଆଇ ନାଗ କହିଛନ୍ତି । ଉକ୍ତ ମୃତଦେହ ନାଗାବଳୀ ନଦୀରେ ଭାସି ଆସିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି ।

Spread the love