February 14, 2026

ଆମେରିକାରେ ଏକ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ

 

ୱାଶିଙ୍ଗଟନ୍‌: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଥିବାବେଳେ ଆମେରିକାରେ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଦୀର୍ଘ ଦଶ ମାସ ଭିତରେ ଆମେରିକାରେ ୧୦ ମିଲିୟନ୍‌ ଅର୍ଥାତ ୧ କୋଟିରୁ ଉର୍ଦ୍ଧ୍ୱ କୋଭିଡ୍‌ କେସ୍‌ ଦେଖିବାକୁ ମିଳିଛି।

ଜନ୍‌ ହପ୍‌କିନ୍ସ ୟୁନିଭରସିଟିର ତଥ୍ୟ ଅନୁସାରେ ଆମେରାକା ଗତ ସୋମବାର ଏହି ମାଇଲ୍‌ଷ୍ଟୋନକୁ ଅତିକ୍ରମ କରିଛି। ସୋମବାର ଦିନ ଆମେରିକାର ୪୩ଟି ରାଜ୍ୟରେ ଗତ ସପ୍ତାହ ଅପେକ୍ଷା ୧୦ ଶତକଡ଼ାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ଏହି ୟୁନିଭରସିଟି ପ୍ରକାଶ କରିଛି।

Spread the love