September 18, 2025

କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ

 

ଭୁବନେଶ୍ୱର: ଭାଷଣ ଦେଉ ଦେଉ ଅସୁସ୍ଥ ହୋଇପଡ଼ିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି ଓ ସେ ସୁସ୍ଥ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସୂଚନାଥାଉ କି, ଆଜି ସକାଳେ ନରସିଂହ ମିଶ୍ର ବଲାଙ୍ଗିରରେ ଥିଲେ। ଏହାପରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ସିବିଆଇ ଅଫିସ ସାମ୍ନାରେ ଦଳ ପକ୍ଷରୁ ବିକ୍ଷୋଭ ଚାଲିଥିବାବେଳେ, ସେ ଏଥିରେ ସାମିଲ ହୋଇଥିଲେ। ଜିପ୍ ଉପରେ ଛିଡ଼ା ହୋଇ ଭାଷଣ ଦେବାବେଳେ ହଠାତ୍‌ ସେ ଅସୁସ୍ଥ ହୋଇ ପଡ଼ିଥିଲେ।

ନରସିଂହ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ। ଦୀର୍ଘ ସମୟ ଯାତ୍ରା କରି ସେ ବଲାଙ୍ଗୀରରୁ ଭୁବନେଶ୍ୱର ଆସିଥିଲେ। ଯାତ୍ରା କ୍ଲାନ୍ତି ଯୋଗୁ ଏପରି ହୋଇଥାଇ ପାରେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ତେବେ କଣ ପାଇଁ ଅଚେତ ହେଲେ, ତାହା ଜାଣିବାକୁ ଅବର୍ଜଭେସନରେ ରଖାଯାଇଛି। ସମସ୍ତ ବିଷୟରେ ଅନୁଧ୍ୟାନ କଲାପରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ପ୍ରଶାନ୍ତ ସାହୁ କହିଛନ୍ତି।

Spread the love