
ପାଟନା : ବିହାରରେ ଆରଜେଡି ସାଂସଦ ଫୟାଜ ଅହମ୍ମଦ ଓ ଅସ୍ଫାକ୍ କରିମ୍ଙ୍କ ବାସଭବନ ଉପରେ ଆଜି ସିବିଆଇ ଚଢ଼ଉ କରିଛି । ଆରଜେଡି ବିଧାନ ପରିଷଦ ସଦସ୍ୟ ସୁନୀଲ କୁମାର ସିଂହ, ପୂର୍ବତନ ବିଧାନ ପରିଷଦ ସଦସ୍ୟ ସୁବୋଧ ରାୟ ଓ ପୂର୍ବତନ ଆରଜେଡି ବିଧାୟକ ଆବୁ ଦୋଜନାଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଛି ।
ଫୟାଜ୍ ଅହମ୍ମଦଙ୍କ ମଧୁବନିସ୍ଥିତ ବାସଭବନ ଉପରେ ସିବିଆଇ ଚଢଉ କରୁଥିବା ବେଳେ ଅସ୍ଫାକ୍ କରିମ୍ଙ୍କ ପାଟନା ଓ କଟିହାର ସ୍ଥିତ ବାସଭବନରେ ତଲାସୀ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବ୍ୟକ୍ତିଗତ ସଚିବ ନାଗମଣିଙ୍କ ଘର ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଛି । ଜମି ପାଇଁ ଚାକିରି ଦୁର୍ନୀତି ମାମଲାରେ ଏହି ଖାନତଲାସି କରାଯାଉଛି । ସିବିଆଇ ପୂର୍ବତନ ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ, ତାଙ୍କର ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଓ ତାଙ୍କ ପରିବାରର
ସଦସ୍ୟମାନଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ କରିଛି । ଲାଲୁ ପ୍ରସାଦ ଓ ତାଙ୍କ ପରିବାରର ସଦସ୍ୟମାନେ ଚାକିରି ଦେବା ବଦଳରେ ଜମି ନେଇଥିବା ଅଭିଯୋଗ ରହିଛି।ଲାଲୁପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ବେଳେ ଏହି ଘଟଣା ଘଟିଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍