September 15, 2025

ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

 

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୬ ତାରିଖ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଯୁକ୍ତ ଦୁଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହକ ପୂର୍ବରୁ ଆରମ୍ଭ ହେବ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଆବେଦନ ପାଇଁ ସମୟ ଦିଆଯିବ। ଯୁକ୍ତ ଦୁଇରେ ୫୫ ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି। ତେବେ ବିଜ୍ଞାନ ପାଇଁ ଲାବ୍ରୋଟାରି ହେଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି। ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି, ସେମାନେ ଲାବ୍ରୋଟାରି ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି। ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, ତାହାର ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ। ସିଟକୁ ନେଇ କୌଣସି ସମସ୍ୟା ହେବନାହିଁ ବୋଲି ସେ କହିଛନ୍ତି।

ଏଥର ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତା ଦେଖା ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହି ପିଲାମାନଙ୍କୁ ମଧ୍ୟ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଯେଉଁ ଗାଇଡଲାଇନ ନବମ ଶ୍ରେଣୀ ପାଇଁ ମଧ୍ୟ ସମାନ ଗାଇଲାଇନ ବା ଏସଓପି ଅଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଅଗଷ୍ଟ ୧୬ ତାରିଖରୁ ଆମେ ନବମ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବାକୁ ଯାଉଛୁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

Spread the love