July 13, 2025

ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ନେଇ ଗୁରୁତ୍ୱ: ଗଣଶିକ୍ଷା ମନ୍ତ୍ରୀ

 

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ । ଏଣିକି ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି ଏଭଳି ବ୍ୟବସ୍ଥା ।

ଆଜି ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମାଟ୍ରିକ ଓ ଯୁକ୍ତ ଦୁଇ ମୂଲ୍ୟାୟନ ଏବର୍ଷ ଚ୍ୟାଲେଂଜପୂର୍ଣ୍ଣ ଥିଲା । କାରଣ ବିନା ପରୀକ୍ଷାରେ ରେଜଲ୍ଟ ପ୍ରକାଶ କରିବାକୁ ନେଇ ନାନା ସମସ୍ୟା ଦେଖାଯାଇଥିଲା । ତେଣୁ ଏହାର ଦୀର୍ଘ ସ୍ଥାୟୀ ସମାଧାନ କରାଯିବ । ସେ ନେଇ ଆଲୋଚନା ହୋଇଛି ।
ଆହୁରି ପଢ଼ନ୍ତୁ

ଅନ୍ୟପଟେ କରୋନା ମହାମାରୀର ପ୍ରକୋପକୁ ଦେଖି  CBSE ଓ  CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପରୀକ୍ଷା ବାତିଲ ହେବା ପରେ କେଉଁ ଆଧାରରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ଦ୍ୱାଦଶ ପରୀକ୍ଷା ଫଳ CBSE ୩୦-୩୦-୪୦ ଫର୍ମୂଲାରେ ସ୍ଥିର କରିବ ବୋଲି ସୂଚନା ଦେଇଥିବାବେଳେ ରାଜ୍ୟରେ ଯୁକ୍ତ ୨ ବୋର୍ଡ ଏ ଯାଏଁ କୌଣସି ନିଷ୍ପତ୍ତି ନେଇନି ।

Spread the love