
ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ ଅଧିକ ଫାଇନ୍ କଟା ହୋଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅଭୟ । ଏପ୍ରିଲ ପହିଲାଠାରୁ ଏଯାଏ ୫ ଲକ୍ଷ ୩୦ ହଜାର ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ସେମାନଙ୍କଠାରୁ ମୋଟ ୧୬ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି । କଟକଣା ଉଲ୍ଲଂଘନ କରିବା ନେଇ ୩ ହଜାର ୯୭୯ ଦୋକାନକୁ ସିଲ୍ କରାଯାଇଛି । ଉଲ୍ଲଂଘନକାରୀ ଦୋକାନୀଙ୍କଠାରୁ ୪୭ ଲକ୍ଷ ଫାଇନ ଆଦାୟ ବି ହୋଇଥିବା ଡିଜିପି କହିଛନ୍ତି । ସେପଟେ ଆଜି ବ୍ରହ୍ମପୁର, କଟକ ଗ୍ରାମାଞ୍ଚଳ ଏବଂ ଅନୁଗୁଳ ଏସ୍ପି ଜିଲ୍ଲାର ବିଭିନ୍ନ କଟକଣା ସମ୍ପର୍କରେ ସୂଚନା ଦେବା ସହ ସତର୍କ ରହିବାକୁ ଅପିଲ କରିଛନ୍ତି ।
ଅନ୍ୟପକ୍ଷେ, ଆଜିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ । ନିର୍ଦ୍ଧାରିତ ସମୟରେ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ। ଡିଲରମାନଙ୍କୁ ଏଥିଲାଗି ଅନୁମତି ଦେବା ପାଇଁ ସମସ୍ତ RTOଙ୍କୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍