
ଭୁବନେଶ୍ୱର: ରାଜ୍ୟର ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠି ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣା ଯାଉଛି । ସର୍ଭିଲାନ୍ସଠୁ ଟିକାକରଣ ଯାଏଁ ସବୁକିଛିକୁ ତ୍ୱରାନ୍ୱିତ କରାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେହିପରି ଗତକାଲି ଓଡ଼ିଶାରୁ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହେବା ପରେ ଚିନ୍ତା ବଢି ଯାଇଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ରୁ ଓଡ଼ିଶାରେ ଗୋଟିଏ ରହିଛି। ଅନ୍ୟପକ୍ଷେ କଟକ,ଭୁବନେଶ୍ୱରରେ ସଂକ୍ରମଣରେ ବ୍ରେକ ଲାଗି ପାରୁନି। ସର୍ବାଧିକ ସଂକ୍ରମିତଙ୍କ ତାଲିକାରେ ୧ ନମ୍ବରରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ସବାଧିକ ୬୫୧ ପଜିଟିଭ୍ ବାହାରିଛନ୍ତି । ସେହିପରି ଗତକାଲି ଭୁବନେଶ୍ୱରରୁ ୩୪୩ ପଜିଟିଭ ବାହାରିଥିବାବେଳେ କ୍ୱାରେଣ୍ଟିନରେ ଥିଲେ ୮୬ ଓ ଲୋକାଲ କଣ୍ଟାକ୍ଟ୍ସ ଥିଲା ୨୫୭। ସେହିପରି ୨୪ ତାରିଖ ୪୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରୁ ୮୯ ଥିବାବେଳେ ଲୋକାଲ କଣ୍ଟାକ୍ଟ ଥିଲା ୪୦୭ । ସେହିପରି ଜୁନ୍ ୨୩ ତାରିଖ ଭୁବନେଶ୍ୱରରୁ ୩୭୫ ପଜିଟିଭ ବାହାରିଥିବାବେଳେ ୭୫ ଥିଲା କ୍ୱାରେଣ୍ଟିନ କେସ। ଲୋକାଲ କଣ୍ଟାକ୍ଟସ ଥିଲା ୩୦୦। ଜୁନ୍ ୨୨ କେବଳ ଭୁବନେଶ୍ୱରରୁ ୩୩୯ ପଜିଟିଭ ବାହାରିଥିବାବେଳେ କ୍ୱାରେଣ୍ଟିନରୁ ୫୦ ଏବଂ ଲୋକାଲ କଣ୍ଟାକ୍ଟ ଥିଲେ ୨୮୯।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍