
ଭୁବନେଶ୍ୱର : ତିନି ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୯୧୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୬୭୫ ଲୋକାଲ କେସ୍ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଖୋର୍ଦ୍ଧାରୁ ସବାଧିକ ୪୦୧ ପଜିଟିଭ୍ ବାହାରିଛନ୍ତି ।
ଗତ ୨୪ ଘଣ୍ଟାରେ ୩୪୮୬ ଜଣ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୧୨୪୧୭୩୮୭ ଜଣଙ୍କର କରୋନା ପରୀକ୍ଷଣ କରାଯାଇଛି । ରାଜ୍ୟରେ ମୋଟ୍ ୮୯୩୫୦୮ ସଂକ୍ରମିତ ମଧ୍ୟରୁ କରୋନାକୁ ମାତ ଦେଇ ଘରକୁ ଫେରିଲେଣି ୮୫୬୪୯୮ ଜଣ । ସେହିପରି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୩୧୫୬ ।
ସେପଟେ ଆଜି ରାଜ୍ୟରେ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା । ଫଳରେ ରାଜ୍ୟରେ ମୋଟ୍ କରୋନାଜ ନିତ ମୃତ୍ୟୁ ସଂଖ୍ୟା ୩୮୦୧ରେ ପହଁଚିଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ବରଗଡ, କଟକ, ନୟାଗଡରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୩, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ପୁରୀ, ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ଗଞ୍ଜାମରୁ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ସୂଚନାଯୋଗ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟର ସମୁଦାୟ ପଜିଟିଭ୍ କେଶ୍ ମଧ୍ୟରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୯ଟି ଜିଲ୍ଲାରୁ ହିଁ ୬୮.୭ ପ୍ରତିଶତ କେଶ୍ ଆସୁଛି । ଏବେ ୧୬ଟି ଜିଲ୍ଲା ଲୋ ରିସ୍କ, ୧୧ ଜିଲ୍ଲା ମଡରେଟ୍ ବା ମଧ୍ୟମ ଏବଂ ୩ଟି ଜିଲ୍ଲା ହାଇରିସ୍କ ତାଲିକାରେ ରହିଛି । ହାଇରିସ୍କ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ ଓ ଯାଜପୁର। ଏଭଳି ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଜିଲ୍ଲାପାଳ, ମ୍ୟୁନିସିପାଲଟି କମିଶନରମାନଙ୍କୁ ଚିଠି ରଖି କେଉଁଠି ସଂକ୍ରମଣ ବଢୁଛି ତା ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲକଡାଉନ୍ କୋହଳ କରାଯାଇ ଥିଲେ ମଧ୍ୟ କୋଭିଡ ନିୟମ୍, ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଭ୍ୟାକସିନେସନ୍ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍