
ଭୁବନେଶ୍ବର: ଆରମ୍ଭରୁ ବିଧାନସଭାରେ ତାତି। ଅଟକିଲା ଗୃହକାର୍ଯ୍ୟ । ଦିନ ୧୧ଟାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ବିରୋଧୀଙ୍କ ହୋ ହଲ୍ଲା ପରେ ଗୃହକୁ ମୁଲତବି ରଖାଯାଇଛି। ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହୋ ହଲ୍ଲା ଓ ଗୃହ ମଧ୍ୟଭାଗରେ ନାରାବାଜି ପାଇଁ ଦିନ ୧୨.୩୪ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି।
ସୂଚନା ମୁତାବକ, ପ୍ରଶ୍ନକାଳ ବାତିଲ କରି ରାଜ୍ୟର ମରୁଡ଼ି ସ୍ଥିତି ନେଇ ଆଲୋଚନା କରିବାକୁ ଦାବି କରିଥିଲା କଂଗ୍ରେସ । ବିଧାୟକ ଦଳ ନେତା ନରସିଂହ ମିଶ୍ର ଲିଖିତ ଭାବେ ଏ ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ମୁଲତବି ପ୍ରସ୍ତାବରେ ସମାନ ପ୍ରସଙ୍ଗ ଆସିଥିଲା ତେଣୁ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ତେବେ ଏ ନେଇ କଂଗ୍ରେସ ହଟ୍ଟଗୋଳ କରିବା ପରେ ଏବେ ଗୃହକୁ ମୁଲତବି ରଖାଯାଇଛି। ଦିନ ୧୨.୩୪ ପରେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍