
ଭୁବନେଶ୍ୱର: ମୌସୁମୀ ରୁତୁରେ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି । ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହେବ ଓ ଏହାକୁ ସଠିକ୍ ଢଙ୍ଗରେ କିଭଳି ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।
IMDର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇ କହିଛନ୍ତି, ଆଜି ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଛି । ଲଘୁଚାପ ଯୋଗୁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଉଛି ।
ଅନ୍ୟପକ୍ଷେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଉତ୍ତର ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ୧୪ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।
ଜୁନ୍ ୩ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିଲା । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମ୍ଡି ସୂଚନା ଦେଇଥିବା ବେଳେ ଏହାର ୧୦-୧୨ ଦିନ ପରେ ମୌସୁମୀ ଓଡିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା । ଭାରତୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଉତ୍ତର ଏବଂ ଦକ୍ଷିଣ ଭାରତରେ ସ୍ୱାଭାବିକ ରହିବା ସହିତ ମଧ୍ୟ ଭାରତରେ ସ୍ୱାଭାବିକଠାରୁ ଅଧିକ ଏବଂ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍