July 12, 2025

ଏନକାଉଣ୍ଟରରେ ସିନିୟର କ୍ୟାଡର ମାଓବାଦୀ ନିହତ

 

ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।  SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଲେ ଡିଜି ଅଭୟ।

ସୂଚନା ଥାଉ କି, ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ  ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଏସଓଜି ଓ ଓଡିଶା ପୋଲିସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଉଭୟ ଏସଓଜି ଓ ଓଡିଶା ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା ।
ଆହୁରି ପଢ଼ନ୍ତୁ

ଏ ସମ୍ପର୍କରେ ସୂଚନା ଦେଇ ଡିଜି ଅଭୟ କହିଛନ୍ତି, ନିହତ ମାଓବାଦୀଙ୍କ ପରିଚୟ ମିଳି ନାହିଁ। ମାଓବାଦୀ ଟିମ୍‌ରେ କ୍ୟାଡର ନେତାମାନେ ଏକେ-୪୭ ବ୍ୟବହାର କରନ୍ତି। ନିହତ ମାଓବାଦୀଙ୍କ ପାଖରୁ ଏକେ-୪୭ ମିଳିଥିବାରୁ ସେ କ୍ୟାଡର ମାଓବାଦୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

Spread the love