ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଓ ବଲାଣିପଶି ଗ୍ରାମରେ ଶନିବାର ଓଡିଶା ପୃଷ୍ଟି ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଟଣା ବିଧାୟକ ଜଗନ୍ନାଥ ନାଏକ ମହିଳାମାନେ କେବଳ ସ୍ୱାବଲମ୍ବୀ ନୁହେଁ ଅଧିକ ଦକ୍ଷତା ପ୍ରଦର୍ଶନ କରି ପାଟଣା ଅଂଚଳର ଗୌରବ ବୃଦ୍ଧି କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି।
ଏରେଣ୍ଡେଇରେ ପୁଷ୍ଟି ମହୋତ୍ସବକୁ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ ଉଦଘାଟନ କରିଥିଲେ। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାଏକ, ହଙ୍ଗର ପ୍ରକଳ୍ପ ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ, ପିଇଓ ସୁଧାଂଶୁ ପାଇକରାୟ, ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ, ସାମାଜିକ କର୍ମୀ ସୁରେଶଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାରତ ସଂଗଠନର ଶିବନାଥ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏମବିକେ ସୁଲୋଚନା ମହାନ୍ତ, ଶକୁନ୍ତଳା ସେଠୀ, ସିଆରପିସିଏମ ଛବିରାଣୀ ପାତ୍ର , ସ୍ୱାସ୍ଥ୍ୟକର୍ମୀ ଜ୍ୟୋର୍ତିମୟୀ ନାୟକ, ଅଙ୍ଗନବାଡି କର୍ମୀ ଚପଳା ନାଏକ, ଆଂଚଳିକ ମଂଚର ଅମିତା ସେଠୀ, ମନୋରମା ନାୟକ, ବାସନ୍ତୀ ମହାନ୍ତ, ଦ୍ରୌପଦୀ ବାଉଁଶୁଳିଆ ପ୍ରମୁଖଙ୍କ ଦ୍ୱାରା ପୃଷ୍ଟିଯୁକ୍ତ ପନିପରିବା ଓ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ବଲାଣିପଶିରେ ବିଧାୟକ ଶ୍ରୀ ନାଏକଙ୍କ ସହ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମିତ୍ରଭାନୁ ମହାନ୍ତ, ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତ, ସଭାନେତ୍ରୀ ଖୁଲଣା ମହାନ୍ତ, ନାଏବ ସରପଂଚ ଚମ୍ପାବତୀ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ ଏମ.ବି.କେ, ଆଶା, ଅଙ୍ଗନବାଡି କର୍ମୀ, ସିଆରପିସିଏମ କାର୍ଯ୍ୟକ୍ରମ ପରିଚାଳନା ସହ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦର୍ଶନୀର ପରିଚାଳନା କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍