July 13, 2025

‘ଏ ଯୋଦ୍ଧା ଘୋଡା କଳିଙ୍ଗ ଯୁଦ୍ଧର, ଉଠାଇବାକୁ ଦେବୁନି’

 

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଲିଥିବା ଯୋଜନାକୁ ରାଜ୍ୟ କଂଗ୍ରେସ  ବିରୋଧ କରିଛି। ଏହାର  ପ୍ରତିବାଦରେ କଂଗ୍ରେସ କର୍ମୀ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନିକଟରେ ଆଜି ପ୍ରତିବାଦ ଜଣାଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସହ ଅନ୍ୟ କର୍ମୀ ପ୍ରତିବାଦ ଜଣାଇ ଧାରଣା ଦେଇଛନ୍ତି।

ସୂଚନାଥାଉ କି, ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଏହି ସ୍ଥାପତ୍ୟ ରାଜଭବନ ଛକକୁ ସ୍ଥାନାନ୍ତର କରାଯିବ । ଏ ନେଇ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଥିବା ଜଣାଇଥିଲେ ସଂସ୍କୃତି ନିର୍ଦ୍ଦେଶକ। ଭୁବନେଶ୍ୱର ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା ରହିଛି । ଏହାସହ ମାଷ୍ଟରକ୍ୟାଣ୍ଟିନ ଦେଇ ଫ୍ଲାଏଓଭର ନିର୍ମାଣ ହେଲେ ଏହି ଛକରେ ଥିବା ଘୋଡ଼ା ଏବଂ ଯୋଦ୍ଧା ମୂର୍ତ୍ତି ଠିକ୍‌ରେ ଦେଖାଯିବ ନାହିଁ ବୋଲି କହିଛନ୍ତି ସଂସ୍କୃତି ନିର୍ଦ୍ଦେଶକ ।

ଏହାକୁ ବିରୋଧ କରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏହି ମୂର୍ତ୍ତି ଖାଲି ଘୋଡାର ମୂର୍ତ୍ତି ନୁହେଁ, ଏହା ଓଡ଼ିଶାର ସମ୍ମାନ, ରାଜ୍ୟ ସରକାରଙ୍କ ସିମ୍ବଲ। ଏହା କଳିଙ୍ଗ ଯୁଦ୍ଧର ଘୋଡା..ଯୋଦ୍ଧା। ଏହାକୁ ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ପ୍ରମୁଖଙ୍କ ଉଦ୍ୟମରେ ଏହି ଘୋଡା ଏହାକୁ ଏଠାରେ ସ୍ଥାପନ କରାଯାଇଛି।  ତାହାକୁ ଉଠାଇବାକୁ ଦେବୁ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଯଦି ରାଜଭବନ ସମ୍ମୁଖରେ ଘୋଡା ସ୍ଥାପନ କରିବାର ଅଛି ତେବେ ଆଉ ଏକ ଘୋଡ଼ା ନିର୍ମାଣ କରି ଦେବାକୁ  କଂଗ୍ରେସ ପକ୍ଷରୁ କୁହାଯାଇଛି।

 

Spread the love