March 10, 2026

ଓଡ଼ିଶା ସଚିବାଳୟରେ ଏଏସଓ ନିଯୁକ୍ତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରିବା ପାଇଁ ଓପିଏସସିକୁ ଚିଠି ଲେଖିଲେ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ

 

ଭୁବନେଶ୍ବର: ଖୁବ ଶୀଘ୍ର ଓଡ଼ିଶା ସଚିବାଳୟ ପାଇଁ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା। ୨୦୨୧ବର୍ଷ ପାଇଁ ଓଡ଼ିଶା ସଚିବାଳୟର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ଏଏସଓ)ଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କୁ ଚିଠି ଲେଖିଛନ୍ତି। ଏଏସଓ ନିଯୁକ୍ତି ନେଇ ଅକ୍ଟୋବର ୨୧ରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ‌‌ବୈଠକ ପରେ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ଏଏସଓ ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love