
କଟକ ୭।୮: କଟକ ରେଲୱେ ଷ୍ଟେସନ ନିକଟରୁ ମିଳିଥିବା ମୃତଦେହର ଏବେବି ପରିଚୟ ମିଳିପାରୁନି । ରେଲୱେ ଏସପି ଅଫିସ ନିକଟରେ ଯୁବକଙ୍କ ମୃତଦେହଟି ଠାବ ହୋଇଛି । ମୃତ ଶରୀରରେ ଅନେକ ଗଭୀର କ୍ଷତ ଚିହ୍ନ ରହିଛି । ତାଙ୍କ କପାଳରେ ମଧ୍ୟ କ୍ଷତ ଚିହ୍ନ ରହିଛି । ହତ୍ୟା କରି କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ । ଘଟଣା ସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଅପମୃତ୍ୟୁ ମାମଲା ରୁଜୁ କରି ଜିଆରପି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍