
ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଳା ମାତୋଣ୍ଡକର କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଉର୍ମିଳା ଲେଖିଛନ୍ତି ଯେ, ‘‘ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ମୋ ସ୍ବାସ୍ଥ୍ୟବସ୍ଥା ଏବେ ଭଲ ଅଛି ଓ ମୁଁ ନିଜକୁ ଘରେ ସଙ୍ଗରୋଧରେ ରଖିଛି। ମୁଁ ନିବେଦନ କରୁଛି ଯେ ବିଗତ ଦିନମାନଙ୍କରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ ନିଜ କରୋନା ପରୀକ୍ଷା କରାଇନିଅନ୍ତୁ। ଏଥିସହ ଦୀପାବଳି ସମୟରେ ସମସ୍ତେ ସାବଧାନତା ଅବଲମ୍ବନ କରନ୍ତୁ, ନିଜର ଯତ୍ନ ନିଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ’’।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍