April 9, 2026

କୋଭିଡ୍‌ ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

 

ରାଉରକେଲା: କୋଭିଡ୍‌ ଟିକା ନେବା ପରେ ରାଉରକେଲାରେ ଜଣେ ୩୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଲେ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମାଗୁଣି ବସ୍ତିର କବିତା ଦନ୍ତାଳୀ।

ଜୁନ ୧୭ ତାରିଖ ଅପରାହ୍ନ ୪ଟାରେ ସେ ଗୁରୁଦ୍ୱାରା ରୋଡ଼ ଟିକା କେନ୍ଦ୍ରରେ ଟିକା ନେଇଥିଲେ। ୧୮ ତାରିଖ ସକାଳେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ RGH ହସ୍ପିଟାଲରେ ଭର୍ତ୍ତି କରଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା। କୋଭିଡ୍‌ ଟିକା ନେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଗତକାଲି ତୁଳନାରେ ଆଜି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ଗତକାଲି  ୩,୮୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୩,୪୨୭ ଜଣ। ଏମାନଙ୍କ ମଧ୍ୟରୁ ୧୯୫୪ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୪୭୩ ଅଛନ୍ତି। ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତକାଲି ତୁଳନାରେ ଆଜି ବୃଦ୍ଧି ପାଇଛି। ରାଜ୍ୟରେ ଆଜି ମୃତ୍ୟୁ ସଂଖ୍ୟା ୪୦ ଉପରେ ରହିଛି।

Spread the love