September 16, 2025

ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବି ଜଣାଇଲେ ମହିଳା

 

ପାଟଣା :  ପାଟଣା ବ୍ଲକ ତୁରୁମୁଙ୍ଗା ବଜାରର ୪୯ ନଂ ଜାତୀୟ ରାଜପଥରୁ ପଞ୍ଚାୟତ କାର୍ଯ୍ୟାଳୟ ଯାଏଁ ଗ୍ରାମର ମୁଖ୍ୟରାସ୍ତା ଦେଶ ସ୍ଵାଧୀନତାର ୭୫ ବର୍ଷ ମଧ୍ୟରେ କଂକ୍ରିଟ ହୋଇ ନପାରିବା ଘଟଣାରେ ଗ୍ରାମରେ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି। କୋଟି କୋଟି ଟଙ୍କାର ଉନ୍ନୟନ କାମ ପଞ୍ଚାୟତରେ ହେଉଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାକୁ କଂକ୍ରିଟ କରାଯାଇ ନପାରିବା ଘଟଣାରେ ଗ୍ରାମର ମହିଳାମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। ବିଦ୍ୟୁତ୍ ବିଭାଗର ଏକ କାର୍ୟ୍ୟକ୍ରମକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯାଇଥିବା ଅବସରରେ, ବିଧାୟକଙ୍କୁ ଗ୍ରାମର ମୁଖ୍ୟ ରାସ୍ତାକୁ କଂକ୍ରିଟ କରାଯିବା ଓ ଲକ୍ଷ୍ମୀ ମଣ୍ଡପ ନିର୍ମାଣ ପାଇଁ ବହୁ ମହିଳା ଦାବି ପତ୍ର ଦେଇଥିବା ଦେଖାଯାଇଛି। ଗ୍ରାମ୍ୟ ରାସ୍ତା କାମ କରାଯିବା ନେଇ ବିଧାୟକ ମହିଳା ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Spread the love