
ରାୟଗଡା ୩୧।୭: ରାୟଗଡା ସହରର ରୟତ କଲୋନୀ ଷଷ୍ଠ ଲେନରେ ବଡଧରଣର ଚୋରି । ଗୃହ ମାଲିକ ଓ ପରିବାର ଲୋକ ଗାଁକୁ ଯାଇଥିବା ସମୟରେ ଏହି ଚୋରି ଘଟିଛି। ଦୁର୍ବୃତ୍ତମାନେ ସାଇ ଗଣେଶ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୩୦ ଲକ୍ଷ ଟଙ୍କା ଓ ପ୍ରାୟ ୧୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି ।
ଗତ ରବିବାର ଦିନ ଗୃହ ମାଲିକ ସପରିବାର ଆନ୍ଧ୍ରପ୍ରଦେଶ ଯାଇଥିଲେ। ଆଜି ସମସ୍ତେ ଫେରିବା ବେଳେ ଘରର ମୁଖ୍ୟ କବାଟ ଭାଙ୍ଗି ଚୋରମାନେ ଲୁଟ କରିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ଗଣେଶ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ସନ୍ଧାନୀ କୁକୁର ସହ ମିଶି ତନାଘନା କରିଛି। ତେବେ ଗତ ରବିବାରଠାରୁ ଶନିବାର ମଧ୍ୟରେ କେବେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍