September 19, 2024

Satya News

odia news channel

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି, ଫେବୃୟାରୀ ପ୍ରଥମ ସପ୍ତାହରେ ପରବର୍ତ୍ତୀ ଶୁଣାଣି

 

ଭୁବନେଶ୍ୱର ୧୮/୧୨: ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ପରବର୍ତ୍ତୀ ଶୁଣାଣି ଫେବୃୟାରୀ ପ୍ରଥମ ସପ୍ତାହରେ ହେବ । ଓଡ଼ିଶା ଛତିଶଗଡ଼କୁ ଟ୍ରିବୁନାଲର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇ ପକ୍ଷ ଦେଇଥିବା ଇସ୍ୟୁ ଗୁଡ଼ିକର ଦସ୍ତାବିଜ ମଧ୍ୟରୁ କେଉଁଟି ଗ୍ରହଣ କରୁଛନ୍ତି ଏବଂ କେଉଁ ଗୁଡ଼ିକୁ ଗ୍ରହଣ କରୁନାହାଁନ୍ତି ସେ ଦସ୍ତାବିଜର ଫାଇନାଲ କପି ଟ୍ରିବୁନାଲ ନିକଟରେ ଦାଖଲ କରନ୍ତୁ । ଏହାସହ ମାମଲାରେ ଥିବା ସାଖି ମାନଙ୍କର ତାଲିକା ଦାଖଲ କରନ୍ତୁ । ଏ ନେଇ ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ପ୍ରଥମ ସପ୍ତାହରେ ହେବ।

Spread the love