July 7, 2025

ଚିଲିକା କୂଳରୁ ମିଳିଲା ଫିସିଂ କ୍ୟାଟ୍‌ର ମୃତଦେହ, କାରଣ ଅସ୍ପଷ୍ଟ

 

 ଚିଲିକା କୂଳରୁ ମିଳିଲା ଫିସିଂ କ୍ୟାଟ୍ ର ମୃତଦେହ । ଫିସିଂ କ୍ୟାଟ୍ ଟିର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳ ସୋରଣ ଗ୍ରାମର ଚିଲିକା କୂଳରେ ଫିସିଂ କ୍ୟାଟଟିର ମୃତଦେହ ପଡିଥିଲା। ଚିଲିକାର କିଛି ମତ୍ସ୍ୟଜୀବୀ ଏହାକୁ ଦେଖି ବନ୍ୟପ୍ରାଣୀ ବିଭାଗକୁ ଖବର ଦେଇଥିଲେ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଫିସିଂ କ୍ୟାଟକୁ ଉଦ୍ଧାର କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି।

ଫିସିଂ କ୍ୟାଟ୍ ର ରୂପ ଦେଖିବାକୁ ଜଙ୍ଗଲୀ ବାଘ ଭଳି। ଏହି ଫିସିଂ କ୍ୟାଟ୍ ସାଧାରଣତଃ ଚିଲିକା ପାଣି ମଧ୍ୟରେ ଦେଖିବାକୁ ମିଳିଥାନ୍ତି । ଏମାନେ କେବଳ ମାଛ ଆହରଣ କରି ବଞ୍ଚିଥାନ୍ତି ।

Spread the love