
ଢେଙ୍କାନାଳ ୮।୯: ବିଶ୍ବବିଦିତ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମାଗାଦୀରେ ନବାନ୍ନ ଉତ୍ସବ ପାଳିତ ହୋଇଯାଇଛି । ଭାଦ୍ରବ ଶୁକ୍ଳ ପକ୍ଷ ଦ୍ବିତୀୟା ଅବସରରେ ମହିମା ଧର୍ମର ପରମ୍ପରା ମୁତାବକ ପ୍ରଭୁ ଶୂନ୍ୟଦେହୀ ଅଲେଖ ଗୋସାଇଁଙ୍କ ନିକଟରେ ନୂଆ ଲାଗି କରାଯାଇଛି ।

ମହିମା ସାଧୁମାନେ ବୁଧବାର ଭୋର ସମୟରେ ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ମୁତାବକ ନୂଆ ଚାଉଳର ଚୁଡା, ଘିଅ, ଗୋକୁଳ, କର୍ପୁର ମହୁ ଆଦି ମିଶାଇ ସ୍ବତନ୍ତ୍ର ନବାନ୍ନ ପ୍ରସ୍ତୁତ କରିଥିଲେ । ପରେ ପ୍ରଭୁ ଅଲେଖ ମହିମାଙ୍କ ଶରଣ ଯାଇ ଶୂନ୍ୟଦେହୀଙ୍କୁ ଉଦ୍ଦେଶ୍ୟରେ ନବାନ୍ନ ଅର୍ପଣ କରିଥିଲେ ।

ଏହାପରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସହ ସହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗହଣରେ ମହିମା ସାଧୁ ସନ୍ୟାସୀମାନେ ସମସ୍ତେ ନବାନ୍ନ ଭକ୍ଷଣ କରିଥିଲେ । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ମହିମାଗାଦୀକୁ ଶ୍ରଦ୍ଧାଳୁମାନେ ଆସି ଏହି ନବାନ୍ନ ଭକ୍ଷଣ କରିବାର ସୁଯୋଗ ପାଇଁ ଧନ୍ୟ ହୋଇଥିବା ପ୍ରକାଶ କରିଛନ୍ତି । ପରମ୍ପରା ମୁତାବକ ପ୍ରଭୁ ଅଲେଖ ମହିମାଙ୍କ ପାଖରେ ନୂଆ ଲାଗି କରାଗଲା ପରେ ଅନ୍ୟମାନେ ଗ୍ରହଣ କରିବାର ପ୍ରଥା ମହିମା ଧର୍ମର ଅନ୍ୟ ଏକ ପର୍ବ ବୋଲି ପ୍ରକାଶ କରନ୍ତି ମହିମାଗାଦୀର ମୁଖ୍ୟ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍