
ରାଉରକେଲା/ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି । ଏହି ବିଜୟକୁ ନେଇ ରାଉରକେଲା ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲରେ ହକି ଖେଳାଳିମାନେ ଖୁସି ମନାଇଛନ୍ତି। ହକି ଖେଲାଳିମାନେ ବାଜା ବଜାଇ ଓ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି। ସେମିତି ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଗୁରୁଣ୍ଡିଆ ଲଛଡାର ଗାଁ ଓ ବାଲିଶଙ୍କରାରେ ଅମିତ ରୋହିଦାସଙ୍କ ଗାଁରେ ମଧ୍ୟ ଖୁସିରେ ଲହରୀ ଖେଳିଯାଇଛି ।
ଭାରତର ଏହି ଐତିହାସିକ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ଟୁଇଟରରେ ଲେଖିଛନ୍ତି, ‘ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଲା ଭାରତ। ଐତିହାସିକ ବିଜୟ ଆଗାମୀ ପିଢି ପାଇଁ ପ୍ରେରଣା ଦେବ।’ ଖେଳାଳିଙ୍କ ଆଗାମୀ ଭବିଷ୍ୟତ ଲାଗି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଠିକ୍ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ଦୀଲିପ ତିର୍କୀ ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଆ ଖେଳାଳି ରାଜ୍ୟକୁ ଫେରିଲେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି। ତା’ଛଡ଼ା ଆଜି ଦିନ ୧ଟା ବେଳେ କଳିଙ୍ଗ ଷ୍ଟାଡିୟମରେ ପଦକ ବିଜୟ ଲାଗି ଉତ୍ସବ ପାଳନ କରାଯିବ, ଯେଉଁଥିରେ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କ୍ରୀଡ଼ା ମନ୍ତ୍ରୀ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେବେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍