September 14, 2025

ଟୋକିଓ ଅଲିମ୍ପିକ୍ସରେ ହକିରେ ଭାରତର ଐତିହାସିକ ବିଜୟ ପରେ ପାନପୋଷ ଷ୍ଟାଡିୟମରେ ଉତ୍ସବ ମନାଇଲେ ହକି ଖେଳାଳି

 

ରାଉରକେଲା: ଟୋକିଓ ଅଲିମ୍ପିକ୍ସରେ ହକିରେ ଭାରତର ଐତିହାସିକ ବିଜୟ ପରେ ସବୁଠି ଉତ୍ସବର ମାହୋଲ । ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ପାନପୋଷ ଷ୍ଟାଡିୟମରେ ବାଜା ବଜାଇ ନାଚି ଉତ୍ସବ ମନାଇଛନ୍ତି ହକି ଖେଳାଳି । ଏଥିରେ ଏକାଧିକ ଖେଳାଳି ସାମିଲ ହୋଇଥିଲେ।

ପୂର୍ବତନ ହକି ଖେଳାଳି ଲାଜାରୁଜ ବାର୍ଲା ଓ ବରିଷ୍ଠ ହକି କୋଚ୍ ଅମୂଲ ନନ୍ଦ ବିହାରୀ ମଧ୍ୟ ଏଥିରେ ସାମିଲ ହୋଇ ସେଲିବ୍ରେସନ୍ କରିଛନ୍ତି । ଭାରତୀୟ ହକି ଟିମରେ ସାମିଲ ହୋଇଥିଲେ ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା। ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଆଜି ଐତିହାସିକ ବିଜୟ ଆଣିଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ସେପଟେ, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଟିମର ବିଜୟ ପରେ ଚାରିଆଡ଼େ ଉତ୍ସବର ମାହୋଲ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଳିମାନେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି । ୪୧ ବର୍ଷ ପରେ ଭାରତର ଐତିହାସିକ ବିଜୟକୁ ନେଇ ସମସ୍ତେ ଖୁସି ମନାଉଛନ୍ତି । ୪୧ବର୍ଷ ପରେ ଭାରତୀୟ ହକି ଦଳର ଏହି ଚିତ୍ତାକର୍ଷକ ବିଜୟକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ।

Spread the love