July 12, 2025

ଟ୍ରକ୍‌- ଅଟୋ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

 

ସଇଁତଳା : ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ଆଜି ଭୋର ୫ଟା ସମୟରେ ଏକ ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ହେଲେ ଶିଶକେଲା ଗ୍ରାମର ସୁବଳ ସାହୁ (୪୩), କୈବଲ୍ୟ ମାଝୀ (୬୨) ଏବଂ ଗୁରୁତର ବ୍ୟକ୍ତି ଜଣକ ଦେବାଶିଷ ସାହୁ।

ଗୁରୁତର ଦେବାଶିଷଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ପୁଲିସ ଅଟକ ରଖିଛି। କ୍ଷତିପୂରଣ ଦାବି ନେଇ ୨୬ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଛନ୍ତି।

Spread the love